ନବରଙ୍ଗପୁର,ଏନ୍ଏନ୍ଏସ୍: ବିଜେଡି ନଗର ସଭାପତି ପ୍ରମୋଦ ରଥ ନବରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୧୭ଟି ୱାର୍ଡ ସଭାପତିଙ୍କ ତାଲିକା ଘୋଷଣା କରିଛନ୍ତି । ବିଜେଡି ଜିଲ୍ଲା ସଭାପତି ତଥା ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଅନୁମୋଦନକ୍ରମେ ଶ୍ରୀ ରଥ ଏହି ତାଲିକା ଜାରି କରିଛନ୍ତି । ୱାର୍ଡ ୧ ସଭାପତି ରୂପେ ପ୍ରହ୍ଲାଦ ହରିଜନ, ୱାର୍ଡ ୨ ସଭାପତି ମାଧବ ଗୌଡ଼, ୱାର୍ଡ ୩ ସଭାପତି ଅଶୋକ କୁମାର ପଣ୍ଡା, ୱାର୍ଡ ୪ ରମେଶ ଜାନି, ୱାର୍ଡ ୫ ମହେଶ୍ୱର ବେବର୍ତ୍ତା, ୱାର୍ଡ ୬ ଏନ ସୁରେଶ ରେଡ୍ଡୀ, ୱାର୍ଡ ୭ ରାମଚନ୍ଦ୍ର ପଟ୍ଟନାୟକ, ୱାର୍ଡ ୮ ଖଗେଶ୍ୱର ହରିଜନ, ୱାର୍ଡ ୯ ସାନୁଜ କୁମାର ତ୍ରିପାଠୀ, ୱାର୍ଡ ୧୦ ରାଜେଶ କୁମାର ପଣ୍ଡା , ୱାର୍ଡ ୧୧ ଶିବ ପ୍ରସାଦ ପ୍ରଧାନୀ, ୱାର୍ଡ ୧୨ ଏମ ଶିବା ରାଓ, ୱାର୍ଡ ୧୩ ରଞ୍ଜନ କୁମାର ପଟ୍ଟନାୟକ, ୱାର୍ଡ ୧୪ ବସନ୍ତ ମଞ୍ଜୁରୀ ଦାଶ, ୱାର୍ଡ ୧୫ ଡି ପାପା ରାଓ, ୱାର୍ଡ ୧୬ ଦୂର୍ଗା ପ୍ରସାଦ ପାଢ଼ୀ ଓ ୱାର୍ଡ ୧୭ ସୁଧୀର କୁମାର ମହାପାତ୍ରଙ୍କ ନାମକୁ ଘୋଷଣା କରାଯାଇଛି । ନବ ନିଯୁକ୍ତ ସଭାପତିମାନେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମାଝୀ ଓ ନଗର ସଭାପତି ପ୍ରମୋଦ ରଥଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ସେହିପରି ଉମରକୋଟ ପୌରାଞ୍ଚଳର ୧ନମ୍ବର ୱାର୍ଡ ପାଇଁ ସତ୍ୟ ନାରାୟଣ ରାଉତ, ୨ ନମ୍ବର ୱାର୍ଡ ପାଇଁ ଡମ୍ବରୁ ଗୌଡ଼, ୩ ନମ୍ବର ୱାର୍ଡ ସତ୍ୟ ପଟ୍ଟନାୟକ, ୪ନମ୍ବର ୱାର୍ଡ ଅଜଗର ଲାଠିଆ, ୫ ନମ୍ୱର ୱାର୍ଡ ସଚିନ ସୁବୁଦ୍ଧି, ୬ ନମ୍ବର ୱାର୍ଡ ବିମଳ ମିସ୍ତ୍ରୀ, ୭ ନମ୍ବର ୱାର୍ଡ ରାଇନୁ ହରିଜନ, ୮ ନମ୍ବର ୱାର୍ଡ ମୋହନ ନାୟକ, ୯ ନମ୍ବର ୱାର୍ଡ ବାବୁ ଦଳେଇ, ୧୦ ନମ୍ବର ୱାର୍ଡ କୈଳାଶ ମାଝୀ,୧୧ ନମ୍ବର ୱାର୍ଡ ମାନସ ଭୌମିକ,୧୨ ନମ୍ବର ୱାର୍ଡ ପ୍ରଦୀପ ରାୟ,୧୩ ନମ୍ବର ୱାର୍ଡ ଶଙ୍କର ତୁରୁକ ଓ୧୪ ନମ୍ୱର୍ ୱାର୍ଡ ସୁନିଲ କୁମାର ନାୟକଙ୍କ ନାମ ୱାର୍ଡ ସଭାପତି ଭାବେ ନାମ ଘୋଷଣା କରାଯାଇଛି ।