ଫୁଲବାଣୀ,୧୭ା୭/ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରେ ନୂତନ ଭାବେ ନିର୍ମାଣ ଚାଲିଥିବା ମେଡିକାଲ କଲେଜ ପରିସରରେ ଏକ ୫ ଫୁଟର ଅଜଗର ସାପ ଉଦ୍ଧାର କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ସାପ ପଶି ଯାଇଥିବା ନେଇ କଲେଜ କାର୍ଯ୍ୟ ନିର୍ମାଣ କରୁଥିବା ସଂସ୍ଥାରୁ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକଙ୍କୁ ଯୋଗାଯୋଗ କରାଯାଇଥିଲା । ଟିମର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି. ଜଗନ୍ନାଥ ରାଜୁ, ଅନୁପ ବିକ୍ରମ ପାତ୍ର, ରବୀନ୍ଦ୍ର ମହାରଣା, ଶିବପ୍ରସାଦ ପାତ୍ର ଓ ମହେଶ ସୁବୁଦ୍ଧି ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିଲେ । ଟିମ୍ ସଦସ୍ୟଙ୍କ ତତ୍ପରତା ଏବଂ ସାହାସିକ ପଦକ୍ଷେପ ପାଇଁ ସ୍ଥାନୀୟ କଲେଜ କର୍ମଚାରୀ ସାଧୁବାଦ ଜଣାଇଛନ୍ତି ।