ଯମୁନା ପାଣି ରୋକିବା ଲାଗି ସେନାର ସାହାଯ୍ୟ ଲୋଡ଼ିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ପାଇଁ ଏବେ ଯମୁନା ନଦୀ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଫଳରେ ଦିଲ୍ଲୀର ଆଇଟିଓ ଏବଂ ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଦିଲ୍ଲୀ ସରକାରର ଅଧିକାରୀ ଯମୁନା ପାଣିକୁ ସହର ମଧ୍ୟକୁ ପ୍ରବେଶକୁ ରୋକିବା ଲାଗି ପୁରା ରାତି କାମ କରିବା ସତ୍ୱେ କୌଣସି ସୁଫଳ ମିଳିନାହିଁ । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସେନା ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳକୁ ପଠାଇବାକୁ ଦାବୀ କରିଛନ୍ତି । ଏନେଇ କେଜ୍ରିୱାଲ ଟ୍ୱିଟ୍ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଯମୁନା ଜଳ ସହର ମଧ୍ୟକୁ ପ୍ରବେଶ କରିବା ଯୋଗୁ ଆଇଟିଓ ଏବଂ ଆଖପାଖ ଅଞ୍ଚଳରେ ବନ୍ୟା ଆସିଯାଇଛି । ଇଞ୍ଜିନିୟର ପୁରା ରାତି କାମ କରିଛନ୍ତି । ମୁଁ ଏବେ ମୁଖ୍ୟ ସଚିବଙ୍କୁ ସେନା ଓ ଏନଡିଆରଏଫ ସାହାଯ୍ୟ ନେବା ପାଇଁ ନିର୍ଦ୍ଦେଶ ଦେଇଛି । କିନ୍ତୁ ଏହାକୁ ଯଥାଶୀଘ୍ର ଠିକ୍ କରାଯିବା ଉଚିତ ।