ନୂଆଦିଲ୍ଲୀ: ଯମୁନାରେ ଜଳସ୍ତର ଲଗାତାର ଭାବେ ବଢ଼ିବାରେ ଲାଗିଛି । ଫଳରେ ଆଖପାଖ ସଡ଼କ ଜଳମଗ୍ନ ହୋଇଯାଇଛି । ଏଥିସହିତ ନଦୀ ପାଖରେ ରହୁଥିବା ଲୋକଙ୍କୁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି । ଅନେକ ସ୍ଥାନକୁ ଖାଲି କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସଂଧ୍ୟା ୬ଟା ସୁଦ୍ଧା ଜଳସ୍ତର ବଢ଼ି ୨୦୮.୬୬ ମିଟର ହୋଇଯାଇଛି । ଏହାପୂର୍ବରୁ ଦ୍ୱିପ୍ରହର ୧ଟାରେ ୨୦୮.୬୨ ମିଟର ସ୍ଥିର ଥିଲା । ଦିଲ୍ଲୀର ଅନେକ ସ୍ଥାନରେ ଏବେ ବି ବନ୍ୟା ଭଳି ସ୍ଥିତି ଲାଗି ରହିଥିବା ଜଣାପଡ଼ିଛି ।