ବର୍ଷୀୟାନ ସମାଜସେବୀଙ୍କ ପରଲୋକ

ରାଇକିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ବର୍ଷୀୟାନ ସମାଜସେବୀ ଭୀମସେନ ଦିଗାଳଙ୍କର ୮୬ ବର୍ଷ ବୟସରେ ନିଜ ଗ୍ରାମ ଗୁଡ୍ରୁଗୁଡା ଗ୍ରାମସ୍ଥିତ ବାସଭବନରେ ପରଲୋକ ଘଟିଛି । ସେ ଜଣେ ସାମାଜିକ କର୍ମୀ, ମିଷ୍ଟଭାଷୀ, ମେଳାପୀ, ଧର୍ମପରାୟଣ ଓ ପରୋପକାରୀ ବ୍ୟକ୍ତିଭାବେ ପରିଚିତ ଥିଲେ । ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସହ ମଧ୍ୟ ଶ୍ରୀ ଦିଗଳ ଜଡ଼ିତ ଥିଲେ । ୧୯୩୭ରେ ଜନ୍ମିତ ଭୀମସେନ ୧୫ ବର୍ଷ ଧରି ମାସେଡ଼କିଆ ୱାର୍ଡର ୱାର୍ଡ ମେମ୍ବର ଭାବେ ନିର୍ବାଚିତ ହୋଇଥିଲେ । ସେ କିଛିଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାବେଳେ ଗତକାଲି ତାଙ୍କର ପରଲୋକ ଘଟିଥିଲା ।