ନୂଆଦିଲ୍ଲୀ: ୩ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ ପହଞ୍ଚି ଯାଇଛନ୍ତି । ଔରଲୀ ଏୟାରପୋର୍ଟରେ ଫ୍ରାନ୍ସିସୀ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ଣ୍ଣ ମୋଦୀଙ୍କ ସ୍ୱାଗତ କରିଥିଲେ । ଔପଚାରିକ ସ୍ୱାଗତ ପରେ ମୋଦୀ ଫ୍ରାନ୍ସରେ ମନ୍ତ୍ରୀ ଓ ନେତାଙ୍କୁ ଭେଟିଛନ୍ତି । ରିସ କେ ଲା ସିଏମ ମ୍ୟୁଜିକାଲରେ ମୋଦୀ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ । ପରେ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକ୍ରୋଙ୍କ ସରକାରୀ ଆବାସ ଏଲସି ପ୍ୟାଲେସ ପହଞ୍ଚିବେ । ଏଠାରେ ମୋଦୀଙ୍କ ପାଇଁ ମେକ୍ରୋ ନୈଶ୍ୟ ଭୋଜନର ଆୟୋଜନ କରିଛନ୍ତି । ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ।
ସୂଚନାଯୋଗ୍ୟ, ଭାରତ-ଫ୍ରାନ୍ସର ରଣନୀତିକ ପାର୍ଟନରସିପକୁ ୨୫ ବର୍ଷ ପୁରିଗଲାଣି । ଫ୍ରାନ୍ସ ଗସ୍ତ କରିବା ପୂର୍ବରୁ ମୋଦୀ ଟ୍ୱିଟ କରିଥିଲେ । ଜୁଲାଇ ୧୪ରେ ମୋଦୀ ବାଷ୍ଟିଲ ଡେ’ ପ୍ୟାରେଡରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ ।