ଜମ୍ମୁ-କଶ୍ମୀର: ଚଳିତ ବର୍ଷ ଅମରନାଥ ଯାତ୍ରା ଆରମ୍ଭ ହେବା ମାତ୍ରକେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟାରେ ୫ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ତୀର୍ଥଯାତ୍ରୀ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରୁ ହୋଇଥିବାବେଳେ ଜଣେ ଯାତ୍ରୀଙ୍କ ପୁଷ୍ଟି ହୋଇପାରିନି । ଫଳରେ ମୃତକଙ୍କ ସଂଖ୍ୟା ବଢ଼ି ୧୯ରେ ପହଞ୍ଚିଛି । ଏଥିରେ ଡ୍ୟୁଟିରେ ନିଯୁକ୍ତ ଥିବା ଆଇଟିବିପି ଅଧିକାରୀ ଓ ଜଣେ ସେବାଦାର ମଧ୍ୟ ସାମିଲ ଅଛନ୍ତି । ଅଧିକାଂଶ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୃଦୟ ଗତି ରୋକିବା ଓ ଅନ୍ତର୍ନିହିତ ଚିକିତ୍ସା ସ୍ଥିତି ଯୋଗୁ ହୋଇଛି ।