କନ୍ଧମାଳ,ଏନ୍ଏନ୍ଏସ୍ : ସ୍ଥାନୀୟ ସଦର ଥାନା ଅଞ୍ଚଳରେ ଆଜି ଜଣେ ଯୁବକ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ଆମ୍ବପଡ଼ା ଛକର ଧନୁ ରଣାଙ୍କ ପୁଅ ଅଙ୍ଗଦ ରଣା(୨୦) । ଅଙ୍ଗଦ ନିଜ ଘର ଭିତରେ ବେକରେ ରଶି ଲଗାଇ ଝୁଲୁଥିବା ଘରଲୋକେ ଦେଖିବାକୁ ପାଇଥିଲେ । ସଦର ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ମୃତ ଅଙ୍ଗଦ କିଛି ମାସ ତଳେ ବିବାହ କରିଥିଲେ । ସେ ଗୁଜରାଟରେ କାମ କରୁଥିବାବେଳେ କିଛି ଦିନ ତଳେ ଘରକୁ ଆସିଥିଲେ । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ସମୀର କୁମାର ରାଉତ ସୂଚନା ଦେଇଛନ୍ତି ।