ଲଗାତାର ୪ର୍ଥ ଦିନରେ ଅମରନାଥ ଯାତ୍ରା ସ୍ଥଗିତ

ଜମ୍ମୁ-କଶ୍ମୀର: ମୌସୁମୀ ବର୍ଷା ଏବେ ଉତ୍ତର ଭାରତରେ ତାଣ୍ଡବ ରଚୁଛି । ରାଜଧାନୀ ଦିଲ୍ଲୀ ସହିତ ହିମାଚଳ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ମୂଷଳଧାର ବର୍ଷା ଏବଂ ଭୂସ୍ଖଳନ ଯୋଗୁ ସ୍ଥିତି ଗମ୍ଭୀର ହୋଇଯାଇଛି । ଏହାର ପ୍ରଭାବ ଅମରନାଥ ଯାତ୍ରା ଉପରେ ପଡ଼ିଛି । ଜମ୍ମୁ-ଶ୍ରୀନଗର ରାଜମାର୍ଗର ଏକ ଅଂଶ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଯିବା ଯୋଗୁ ଲଗାତାର ୪ର୍ଥ ଦିନରେ ଜମ୍ମୁ ଆଗକୁ ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଛି । ଫଳରେ ପାଖାପାଖି ୧୫ ହଜାର ଶ୍ରଦ୍ଧାଳୁ ଜମ୍ମୁରେ ଫସି ଯାଇଛନ୍ତି ।

ଯାତ୍ରା ସ୍ଥଗିତ ହେବା ସତ୍ୱେ ତୀର୍ଥଯାତ୍ରୀ ଅମରନାଥ ଗୁମ୍ଫା ମନ୍ଦିରରେ ଦର୍ଶନକୁ ନେଇ ଦୃଢ଼ ଆଶାବାଦୀ ଅଛନ୍ତି । ସେମାନେ ଦୀର୍ଘଦିନ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଜମ୍ମୁରୁ ଯାତ୍ରା ଏବେ ପୁଣିଥରେ ଆରମ୍ଭ ହୋଇନାହିଁ । ରାଜମାର୍ଗ ବନ୍ଦ ହେବା କାରଣରୁ ଏହା ଏବେ ବି ନିଲମ୍ବିତ ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।