ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜଜ ସଂଜୀବ ଦୁବେଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ପରିବାର ବିଚାର ବିଭାଗୀୟ ଜଜ୍ ଡା. ମୁନରାନୀ ମିଶ୍ର ୮ଟି ପାରିବାରିକ ମାମଲା ସମାଧାନ କରିଛନ୍ତି । ସେଥିମଧ୍ୟରୁ ୨ଟି ମାମଲାରେ ଆପୋସ ବୁଝାମଣା କରାଯାଇଛି । ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରଜ୍ଞା ପଣ୍ଡା ୨ଟି ପାରିବାରିକ ମାମଲା ସମାଧାନ କରିଛନ୍ତି । ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ୬,୮୪୨ଟି ରାଜସ୍ୱ ମାମଲାର ମଧ୍ୟ ଫଇସଲା କରାଯାଇଛି । ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ ଶିବ ପ୍ରସାଦ ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ସଚିବ ଜନକ ରାଉତ, ବରିଷ୍ଠ ଦେବାନୀ ଜଜ ଅନ୍ନପୂର୍ଣ୍ଣା ନାୟକ, ରେଜିଷ୍ଟ୍ରାର ଜିଲ୍ଲା କୋର୍ଟ ସୁକାନ୍ତ କିଶୋର ଜେନା, ବରିଷ୍ଠ ଦେବାନୀ ଜଜ (ମହିଳା କୋର୍ଟ) ସୁଦୀପା ପାତ୍ର ଓ ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରଜ୍ଞା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ ଜିଲ୍ଲାସ୍ତରୀୟ ଲୋକ ଅଦାଲତର ପରିଚାଳନା କରିଥିବାବେଳେ ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ ।