ନୂଆଦିଲ୍ଲୀ: ଭାରତର ସୁପ୍ରସିଦ୍ଧ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କୁ ପୁଣିଥରେ ବିଶ୍ୱର ୧୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ମିଳିପାରେ । ଅମ୍ବାନୀ ମାତ୍ର ଦିନକରେ ୧୯ ହଜାର କୋଟି ଟଙ୍କା କମାଇଛନ୍ତି । ଫଳରେ ଅମ୍ବାନୀଙ୍କ ନେଟୱର୍ଥ ୯୦ ଅରବ ଡଲାର ହୋଇଯାଇଛି । ଏହାସହ ସେ ବ୍ଲୁମବର୍ଗ ବିଲୋନିୟର ଇଣ୍ଡେକ୍ସରେ ୧୩ତମ ସ୍ଥାନରେ ରହିଛନ୍ତି । ଟପ୍ ୧୦ରେ ଏଣ୍ଟ୍ରି ମାରିବାକୁ ହେଲେ ତାଙ୍କୁ ମାତ୍ର ୩ଜଣ ଉଦ୍ୟୋଗପତିଙ୍କୁ ମାତ୍ ଦେବାକୁ ପଡ଼ିବ । ଏହା କରିବା ପାଇଁ ତାଙ୍କୁ ଅଧିକ ସମୟ ଲାଗିବନି କାରଣ ଅନ୍ୟ ଉଦ୍ୟୋଗପତିଙ୍କ ନେଟୱର୍ଥ ଓ ଅମ୍ବାନୀଙ୍କ ନେଟୱର୍ଥ ମଧ୍ୟରେ ଅଧିକ ଦୂରତା ନାହିଁ ।