ନୂଆଦିଲ୍ଲୀ: କେଦାରନାଥ ଧାମରେ ଏବେ ବଡ଼ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ଇତିମଧ୍ୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଛି ଯାହାକୁ ନେଇ ବିବାଦ ଉପୁଜିଛି । ନିକଟରେ ଜଣେ ମହିଳା ଗର୍ଭଗୃହରେ ନୋଟ ଉଡ଼ାଇବା ଏବଂ ଜଣେ ବ୍ଲୋଗର ବୟଫ୍ରେଣ୍ଡକୁ ପ୍ରୋପଜ କରିବା ସମୟର ରିଲ ପ୍ରସ୍ତୁତ କରିଥିଲେ । ଏହାଦ୍ୱାରା ଲୋକଙ୍କ ଧାର୍ମିକ ଭାବନା ଆହତ ହେବାସହ କ୍ରୋଧାନ୍ୱିତ ହୋଇଥିଲେ । ଆଗାମୀ ଦିନରେ ଏଭଳି ଘଟଣା ଯେମିତି ମନ୍ଦିରରେ ଆଉ ନହୁଏ ସେଥିପାଇଁ ବଦ୍ରୀ-କେଦାର ମନ୍ଦିର ସମିତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମନ୍ଦିର ଭିତରକୁ ମୋବାଇଲ ନ ନେବା ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ସମିତି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତି ଶେଷ କରିଛି ।
କେଦାରନାଥ ମନ୍ଦିରକୁ ଆସୁଥିବା ୟୁଟ୍ୟୁବର୍ସ, ରିଲ୍ସ ଓ ଭିଡିଓ ପ୍ରସ୍ତୁତକାରୀଙ୍କୁ ଦୃଷ୍ଟିରେ ରଖି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ଦିର ସମିତି ସ୍ଥାନୀୟ ପ୍ରଶାସନକୁ ଚିଠିରେ ଲେଖାଯାଇଛି । ମନ୍ଦିର ଭିତରକୁ ମୋବାଇଲ ନେବା ଉପରେ ମଧ୍ୟ ସମିତି ରୋକ ଲଗାଇବ । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଇଥିବା ନେଇ ସୂଚନା ମିଳିଛି ।