ସିନ୍ଧୁଙ୍କୁ ଝଟକା

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳୀ ପିଭି ସିନ୍ଧୁ ଗତ କିଛିଦିନ ହେବ ନିଜ ପ୍ରଦର୍ଶନକୁ ନେଇ ସଂଗ୍ରାମ କରୁଛନ୍ତି । ସିନ୍ଧୁ ଲଗାତାର ଭାବେ ବଡ଼ ଟୁର୍ଣ୍ଣାମେଣ୍ଟରେ ବିଫଳ ହେବା ଯୋଗୁ ଏହା ତାଙ୍କ ରାଙ୍କିଂ ଉପରେ ପ୍ରଭାବ ପକାଇଛି । ସିନ୍ଧୁ ଡବ୍ଲ୍ୟୁଏଏଫ୍ ରାଙ୍କିଂରେ ୩ଟି ସ୍ଥାନ ତଳକୁ ଖସି ୧୫ତମ ସ୍ଥାନରେ ପହଞ୍ଚିଛନ୍ତି । ଚଳିତ ବର୍ଷ ଅପ୍ରେଲରେ ସିନ୍ଧୁ ଟପ୍‌-୧୦ରୁ ବାହାରି ଯାଇଥିଲେ।

ସୂଚନାଯୋଗ୍ୟ, ପିଭି ସିନ୍ଧୁ ଚଳିତ ସପ୍ତାହ କାନାଡ଼ା ସୁପର ୫୦୦ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ସିନ୍ଧୁ ଗତ ବର୍ଷ କମନୱେଲଥ ଗେମ୍ସ ଖେଳିବା ସମୟରେ ଗୋଇଠି ଫ୍ରେକଚର କାରଣରୁ ୫ ମାସ ବ୍ୟାଡମିଣ୍ଟନ କୋର୍ଟରୁ ଦୂରେଇ ରହିଥିଲେ।