ନୂଆଦିଲ୍ଲୀ: ଦେଶର ସୁପ୍ରସିଦ୍ଧ ଉଦ୍ୟୋଗପତି ରତନ ଟାଟା ଟ୍ୱିଟ୍ ମାଧ୍ୟମରେ ସଭିଙ୍କୁ ଏକ ଖାସ୍ ଅପିଲ କରିଛନ୍ତି । ମୁମ୍ବାଇରେ ବର୍ଷା ଦିନେ ସଡ଼କରେ ରହୁଥିବା କୁକୁର ଓ ବିଲେଇଙ୍କ ପ୍ରତି ମାନବିକତା ଦେଖାଇବାକୁ ରତନ ଟାଟା କହିଛନ୍ତି । କାର ଚଲାଇବା ପୂର୍ବରୁ ଥରେ ଭଲଭାବେ ଦେଖନ୍ତୁ କୁକୁର କିମ୍ବା ବିଲେଇ ଗାଡ଼ି ତଳେ ଶରଣ ନେଇଛନ୍ତି କି ନାହିଁ । ଏମିତି ନକଲେ ନିରୀହ ଜୀବମାନେ ଗମ୍ଭୀର ଭାବେ ଆହତ ହେବାସହ ବିକଳାଙ୍ଗ ହେବାର ସମ୍ଭାବନା ରହିଛି । ଏହାସହ ବର୍ଷାଦିନେ ଆମେ ଏମାନଙ୍କୁ ଆଶ୍ରୟ ସ୍ଥଳୀ ପ୍ରଦାନ କରିପାରିବା ବୋଲି ରତନ ଟାଟା କହିଛନ୍ତି ।
ସୂଚନାଯୋଗ୍ୟ, ରତନ ଟାଟା ଜଣେ କୁକୁରପ୍ରେମୀ ଭାବେ ବେଶ୍ ଲୋକପ୍ରିୟ । ଆଉ ଏହି ଟ୍ୱିଟ୍ ବୁଲା କୁକୁର ଓ ବିଲେଇଙ୍କ ପ୍ରତି ତାଙ୍କ ସମ୍ବେଦନଶୀଳତାକୁ ଦର୍ଶାଉଛି ।