ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ଫୁଲବାଣୀ ପଟୁ ଗୋଡ଼ି ବୋଝେଇ ଏକ ଡମ୍ପର ଗାଡି ବାଲାନ୍ଦା ପଡ଼ା ପଟକୁ ଯାଉଥିବା ସମୟରେ ଉପରି ଭାଗରେ ବଜାରରେ ବିଦ୍ୟୁତ ଯୋଗାଣ ପାଇଁ ଲାଗିଥିବା ବଡ଼ ବିଦ୍ୟୁତ ତାରରେ ଲାଗିଯିବାରୁ ଗାଡ଼ିର ଉପରି ଭାଗରେ ନିଆଁ ଲାଗି ଜଳି ଯାଇଥିଲା । ବିଦ୍ୟୁତ କଟିଯିବାରୁ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଗାଡ଼ିରେ ବିଦ୍ୟୁତ ତାର ଲାଗି ସାରା ଫିରିଙ୍ଗିଆ ବଜାର ଅଞ୍ଚଳରେ ବିଦ୍ୟୁତ ଖୁମ୍ବ ଗୁଡ଼ିକରେ ନିଆଁ ଲାଗି ହୁତହୁତ ହୋଇ କିଛି ସମୟ ନିଆଁ ଲାଗିଥିବାବେଳେ କିଛି ସମୟ ପାଇଁ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଥିଲା ।