ଦେବଗଡ଼,ଏନ୍ଏନ୍ଏସ୍: ଆସନ୍ତା ଜୁଲାଇ ୨୫ ତାରିଖ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱର୍ଣ୍ଣକ୍ଷତ୍ର ଦିବସ ଅନୁଷ୍ଠିତ ହେବ । ଏହି ଅବସରରେ ଦେବଗଡ଼ରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଜିଲ୍ଲା ସୂଚନା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରୁ ପ୍ରବନ୍ଧ, ବକ୍ତୃତା, କବିତା ଆବୃତି ଓ ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ । ଏଥିରେ ବିଚାରକ ଭାବେ ବରିଷ୍ଠ ନାଗରିକ ପ୍ରଫୁଲ୍ଲ କୁମାର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡା. ରାମଚନ୍ଦ୍ର ମହାପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡା. ଭାରତ ଭୂଷଣ ନନ୍ଦ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡା. ତନ୍ମୟୀ ମହାନ୍ତି, ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଚିତ୍ତରଞ୍ଜନ ଦାସ ଓ ଶିକ୍ଷୟିତ୍ରୀ ପଦ୍ମିନୀ ମହାପାତ୍ର ଦାୟିତ୍ୱ ନିର୍ବାହ କରିଥିଲେ । ମନରେଗା ଲୋକପାଳ ଅତୁଲ୍ୟ କୁମାର ପୂଝାରୀ ଅତିଥିଭାବେ ଯୋଗଦେଇ ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।