ପାଟଣାଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ଏନଏସିର ଏକଚାଟିଆ ଶାସନ ତଥା ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାରବାର ପାଇଁ ପାଟଣାଗଡ଼ ୱାର୍ଡ ନମ୍ବର ୯, ୧୦ ଓ ୧୧ ନମ୍ବରରେ ଡ୍ରେନ ସମସ୍ୟାକୁ ନେଇ ଆଜି ୱାର୍ଡର ଶତାଧିକ ମହିଳା ଓ ପୁରୁଷ ଏନଏସିର ନଗରପାଳ ମାନସୀ ବିଶ୍ୱାଳ, ଉପନଗରପାଳ ପ୍ରଫୁଲ୍ଲ କୁମାର ମେହେର ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆଜି ସକାଳୁ ଘେରି ରଖିଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ପଡ଼ାବାସୀ ଡ୍ରେନ ସମସ୍ୟାକୁ ନେଇ ଅଭିଯୋଗ କରି ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାର ସମାଧାନ କରିଥିଲେ । ଫଳରେ ଗତକାଲି ରାତିରେ ଲଗାଣ ବର୍ଷା ଯୋଗୁ ଡ୍ରେନ ଗୁଡ଼ିକରେ ପାଣି ଭର୍ତ୍ତି ହୋଇ ନିଷ୍କାସିତ ହୋଇ ପାରିନଥିଲା । ସେଥିପାଇଁ ପଡ଼ାବାସୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏନେଇ ଖବର ପାଇ ଏନଏସି କର୍ତ୍ତୃପକ୍ଷ ପହଞ୍ଚିବା ପରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖା ଦେଇଥିଲା ପୂର୍ବରୁ ପଡ଼ାବାସୀ ଏନଏସି କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ନିଦା ବିଷ୍ଣୁ ସାଜିଥିଲେ । ବର୍ଷା ଯୋଗୁ ରାତିସାରା ଘର ଭିତରକୁ ପାଣି ପଶି ଲୋକଙ୍କ ଜିନିଷ ପତ୍ର ନଷ୍ଟ ହୋଇଥିଲା ତେଣୁ ଆଜି ପଡ଼ାବାସୀ ପ୍ରଥମେ ଏନଏସି କାର୍ଯ୍ୟାଳୟକୁ ଯାଇ ଘେରାଉ କରିଥିଲେ ପରେ ଏନଏସି କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ସେଠାରେ କିଛି ସମୟ ପର୍ଯ୍ୟନ୍ତ ହୋହଲ୍ଲା ହୋଇଥିଲା ଏବଂ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଲୋକେ ୩ ଜଣଙ୍କୁ ଛାଡ଼ି ଦେଇଥିଲେ।