ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାରେ ଟ୍ୱିଟର ମାଲିକ ଏଲନ ମସ୍କଙ୍କୁ ଭେଟିବେ । ଏହାପୂର୍ବରୁ ୨୦୧୫ରେ ମସ୍କଙ୍କୁ ମୋଦୀ ଭେଟିଥିଲେ । ଏହି ସମୟରେ ଭାରତରେ ଟେସଲା ଫ୍ୟାକ୍ଟ୍ରି ନିର୍ମାଣ ନେଇ ଚର୍ଚ୍ଚା ହୋଇପାରେ ବୋଲି ଅନୁମାନ କରାଯାଉଛି । କାରଣ ପରିସ୍ଥିତି ଅନୁକୂଳ ହେଉନଥିବାରୁ ଭାରତରେ ଟେସଲା କମ୍ପାନୀ ନିର୍ମାଣ କରାଯାଇପାରୁନି । ଟେସଲା ଆମଦାନୀ ଶୁଳ୍କ କମ୍ କରିବାକୁ ଚାହୁଁଥିଲେ ହେଁ ଭାରତ ମନା କରିଦେଇଥିଲା । ଭାରତରେ କମ୍ପାନୀ ପ୍ରତିଷ୍ଠା ପୂର୍ବରୁ ଟେସଲା ଏଠାରେ କାର ଟେଷ୍ଟିଂ କରିବାକୁ ଚାହୁଁଛି ।
ସୂଚନାଯୋଗ୍ୟ, ଏଲନ ମସ୍କଙ୍କ ବ୍ୟତୀତ ମୋଦୀ ଆହୁରି ୨୪ ଚର୍ଚ୍ଚିତ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।