ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ମାରୱାଡ଼ି ଯୁବା ମଞ୍ଚ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଦିଲ୍ଲୀପ ସାୱାଡ଼ିଆ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତ ଦାନ ପାଇଁ ଯୁବ ସମାଜ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୭୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଯୁବା ମଞ୍ଚ ତରଫରୁ ବ୍ଲଡ଼ କନଭେନର ଅତୁଳ ସାୱାଡ଼ିଆ, ବିନୟ ସାୱାଡ଼ିଆ, କୋଷାଧ୍ୟକ୍ଷ ଅନୀଲ ଯୋଶୀ, ପ୍ରାନ୍ତୀୟ ବ୍ଲଡ଼ କନଭେନର ଗିରିଧାରୀ ଅଗ୍ରୱାଲ, ମାରୱାଡ଼ି ଯୁବା ମଞ୍ଚ ସଭାପତି ସନ୍ଦୀପ ଗୁପ୍ତା, ସମ୍ପାଦକ ଆଶିଷ ଅଗ୍ରୱାଲ, ରାଜ୍ୟ ଉପସଭାପତି ସୁମିତ ସାୱାଡ଼ିଆ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।