ପାଟନା: ହିନ୍ଦୁ ଧାର୍ମିକ ପୁସ୍ତକ ରାମଚରିତମାନସକୁ ନେଇ ପୁଣିଥରେ ବିବାଦୀୟ ବୟାନ । ବିହାର ଶିକ୍ଷାମନ୍ତ୍ରୀଙ୍କ ପରେ ବିବାଦୀୟ ମନ୍ତବ୍ୟ ଦେଲେ ଆରଜେଡି ବିଧାୟକ । ରାମଚରିତ ମାନସ ମସଜିଦ ଭିତରେ ଲେଖାଯାଇଛି । ତୁଳସୀ ଦାସ ମସଜିଦ ଭିତରେ ବସି ଏହାର ରଚନା କରିଛନ୍ତି । ପାଟନା ଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଏପରି କହିଛନ୍ତି ଆରଜେଡିର ଦାନପୁର ବିଧାୟକ ରିତଲାଲ ଯାଦବ । ଯାହାକୁ ନେଇ ପୁଣିଥରେ ବିବାଦର ସୂତ୍ରପାତ ହୋଇଛି ।
ଭାରତୀୟ ଜନତା ପାର୍ଟି ଓ ହିନ୍ଦୁତ୍ବ ଉପରେ ଏକ ଆଲୋଚନାରେ ବିଧାୟକ କହିଛନ୍ତି ଯେ, ସେତେବେଳେ କ’ଣ ହିନ୍ଦୁତ୍ବ ବିପଦରେ ନଥିଲା, ଯେତେବେଳେ ମସଜିଦ ଭିତରେ ରାମଚରିତ ମାନସ ଲେଖା ଯାଇଥିଲା ? ମୋଗଲ ଶାସନ ସମୟରେ କ’ଣ ଆମ ହିନ୍ଦୁମାନେ ବିପଦରେ ନଥିଲେ ? ହିନ୍ଦୁତ୍ବ ରାଜ ପରସ୍ପର ସହ ଲଢେଇ କରାଇବାରେ ବ୍ୟସ୍ତ ଅଛନ୍ତି । ଏହା କେତେ ଦିନ ଚାଲିବ ? ଜଣେ ମୁସଲିମ ଝିଅ ଭଗବତ ଗୀତା ପାଇଁ ପୁରସ୍କାର ଜିତିଲେ ଲୋକେ କିଛି କୁହନ୍ତି ନାହିଁ । ଯେତେବେଳେ ଆମେ ଦେଶ ଗୋଲାମ ଥିଲା ସେ ସମୟରେ ମୁସଲମାନଙ୍କୁ ଦେଶରୁ ବାହାର କରିଦେବାର ଥିଲା । ବିଜେପିକୁ ନିଜ ଦଳରୁ ମୁସଲିମ ବ୍ୟକ୍ତିଙ୍କୁ ବାହାର କରିଦେବା ଉଚିତ୍ ।