ଦେବଗଡ଼,ଏନ୍ଏନ୍ଏସ୍: ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ପ୍ରାନ୍ତୀୟ ମାରୱାଡି ଯୁବମଞ୍ଚ ପକ୍ଷରୁ ସ୍ଥାନୀୟ ଅଗ୍ରସେନ ଭବନରେ ଆଜିଠୁ ୫ ଦିନିଆ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଓ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଦେବଗଡ଼ ମୁଖ୍ୟାଳୟ ସମେତ ବାରକୋଟ ବ୍ଲକର ବଳମ ଓ ରିଆମାଳ ବ୍ଲକ ମୁଖ୍ୟାଳୟରେ ମଧ୍ୟ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଶିବିର ୨ ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ଏହାର ସୁଯୋଗ ନେବାକୁ ମଞ୍ଚ ପକ୍ଷରୁ ଆହ୍ୱାନ କରାଯାଇଛି । ମଞ୍ଚର ସଂଯୋଜକ ଜିତେନ୍ଦ୍ର ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଭାପତି ପ୍ରକାଶ ଅଗ୍ରୱାଲ ଓ ସମ୍ପାଦକ ମନୀଷ ଅଗ୍ରୱାଲଙ୍କ ସମେତ ସମସ୍ତ ମହିଳା ଓ ପୁରୁଷ ସଦସ୍ୟ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।