ବନ ବିଭାଗର ଅବହେଳା ଯୋଗୁ ଜଙ୍ଗଲୀ ପୋଢ଼ର ଗଲା ଜୀବନ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ତତଲାଗଡ଼ରେ ତତଲା ତାତି ଲୋକଙ୍କୁ କଲବଲ କରୁଥିବାବେଳେ ବନ୍ୟଜନ୍ତୁ ମଧ୍ୟ ପାଣି ପାଇଁ ଡହଳ ବିକଳ ହୋଇ ଗାଁ ମୁହାଁ ହେଉଛନ୍ତି । ହେଲେ ଏଭଳି ସ୍ଥିତିରେ ବନ ବିଭାଗର ଅବହେଳା ଯୋଗୁ ଅନେକ ବନ୍ୟଜନ୍ତୁଙ୍କ ଜୀବନ ଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ସଇଁନ୍ତଲା ବନଖଣ୍ଡ ଧାମନ ଡୁଙ୍ଗୁରି ପାହାଡ଼ରେ ଏକ ଜଙ୍ଗଲି ପୋଢ଼ର ମୃତଦେହକୁ ବନ ବିଭାଗ ଉଦ୍ଧାର କରିଛି । ମିଳିଥିବା ରିପୋର୍ଟ ମୁତାବକ, ସଇଁନ୍ତଲା ରେଞ୍ଜ ଅଧୀନସ୍ଥ ଧାମନ ଡୁଙ୍ଗୁରି ପାହାଡ଼ରେ ଏକ ଜଙ୍ଗଲ ପୋଡ଼ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଜାଣିପାରିଥିଲେ । ପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ସଇଁନ୍ତଲା ରେଞ୍ଜର ସଂଘମିତ୍ରା ଭୋଇ ଓ ବଲାଙ୍ଗିର ଏସିଏଫ୍ ଜିତେନ୍ଦ୍ର ସାହୁ ବନ ବିଭାଗ କର୍ମଚାରୀଙ୍କ ସହ ଏକ ଟିମ ଆସି ଘଟଣା ସମ୍ପର୍କରେ ଛାନଭିନ୍ ଆରମ୍ଭ କରିଛନ୍ତି । କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ ।