ପବନ ହେଲେ ଆମେ ବାଧ୍ୟ ହୋଇ ବିଜୁଳି କାଟିବୁ: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଶକ୍ତିମନ୍ତ୍ରୀ ପ୍ରତାପ ଦେବ ବିଦ୍ୟୁତ କାଟ ନେଇ ବଡ଼ ସୂଚନା ଦେଇଛନ୍ତି । ଶ୍ରୀ ଦେବ କହିଛନ୍ତି ଯେ, ପବନ ହେଲେ ଆମେ ବାଧ୍ୟ ହୋଇ ବିଜୁଳି କାଟିବୁ । କାଳବୈଶାଖୀ ପବନରେ ଖୁଣ୍ଟ ଭାଙ୍ଗି ତା’ର ଛିଣ୍ଡି ପଡ଼ୁଛି । ଖୁଣ୍ଟ ପୋତି ତା’ର ଲଗାଇବା କାମ ସମୟ ସାପେକ୍ଷ । ଆଖି ପିଛୁଳାକେ ଖୁଣ୍ଟ ପୋତା ଓ ତା’ର ଲଗା କାମ ହୋଇଯିବନି । ଆମ ଉପଭୋକ୍ତାଙ୍କର ବିଦ୍ୟୁତ ବ୍ୟବହାର ବହୁତ ବଢ଼ିଛି । ଭିତ୍ତିଭୂମିର ଅସୁବିଧା ଓ ଅଭାବ ପାଇଁ ଲାଇନ କଟୁଛି ।