ଆଧ୍ୟାତ୍ମିକ ପାଠ ପଢ଼ିବେ ବାହାନଗା ହାଇସ୍କୁଲ ପିଲା

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ଟ୍ରେନ ଦୁର୍ଘଟଣା ପରେ ବାହାନଗା ହାଇସ୍କୁଲ ପିଲା ଭୟଭୀତ ଅଛନ୍ତି । ଦୁର୍ଘଟଣା ପରେ ମୃତଦେହକୁ ବାହାନଗା ସ୍କୁଲରେ ରଖାଯାଇଥିଲା । ସେଥିପାଇଁ ସ୍କୁଲର ବିଶୋଧନ ସରିଥିବାବେଳେ ପୂଜାପାଠ ପରେ ସ୍କୁଲ ଖୋଲିବ । ଅଭିଭାବକଙ୍କ ମନରୁ ନକରାତ୍ମକ ଚିନ୍ତା ଦୂର କରିବା ପାଇଁ ସଚେତନ କରାଯିବ । ଏସବୁ ଦିଗକୁ ଦୃଷ୍ଟିରେ ରଖି ବାହନଗା ହାଇସ୍କୁଲର ପିଲାଙ୍କୁ ଆଧ୍ୟାତ୍ମିକ ପାଠ ପଢ଼ାଯିବ । ପିଲାଙ୍କୁ ଆଧ୍ୟାତ୍ମିକ ପାଠ ପଢ଼ାଯିବା ନେଇ ଡିଇଓ ସୂଚନା ଦେଇଛନ୍ତି ।