ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱରର ବାହାନଗରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ପ୍ରଦାନ କରିଛନ୍ତି । ଉଦ୍ଧାର କାର୍ଯ୍ୟ ସରିବା ପରେ ମରାମତି କାମ ଆରମ୍ଭ ହୋଇଛି । ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଭବିଷ୍ୟତରେ ଯେମିତି ଏହି ଘଟଣାର ପୁନରାବୃତ୍ତି ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।
ସୂଚନାଯୋଗ୍ୟ, ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୬୧କୁ ବୃଦ୍ଧି ପାଇଛି । ଏନେଇ ଦକ୍ଷିଣ ପୂର୍ବ ରେଲୱେ ସୂଚନା ପ୍ରଦାନ କରିଛନ୍ତି । ପ୍ରାୟ ୯୦୦ରୁ ଅଧିକ ଆହତ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।