ରାମାୟଣ ଓ ମହାଭାରତକୁ ପାଠ୍ୟକ୍ରମରେ ସାମିଲ କରାଯାଉ: ବାଗେଶ୍ୱର ବାବା

ମଧ୍ୟପ୍ରଦେଶ: ବିହାର ଗସ୍ତରୁ ଚର୍ଚ୍ଚା ସାଉଁଟି ଫେରିଥିବା ବାଗେଶ୍ୱର ଧାମର ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀ ଏବେ ମଧ୍ୟପ୍ରଦେଶର ବାଲାଘାଟରେ ଅଛନ୍ତି । ଏଠାରେ ସେ ରାମାୟଣ ଓ ମହାଭାରତକୁ ପାଠ୍ୟକ୍ରମରେ ସାମିଲ କରିବାକୁ କହିଛନ୍ତି । ଏହା ଭାରତରେ ନୁହେଁ ଆଉ କ’ଣ ପାକିସ୍ତାନରେ ହେବ ବୋଲି ମଧ୍ୟ ମିଡିଆକୁ ପ୍ରଶ୍ନ କରିଛନ୍ତି ।

ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀ ବର୍ତ୍ତମାନ ସମୟରେ ବାଲାଘାଟର ପରସବାଡ଼ାସ୍ଥିତ ଭାଦୁକୋଟାରେ ବନବାସୀ ରାମକଥା ପାଇଁ ଆସିଛନ୍ତି। ଆଜି ରାମକଥାର ଶେଷ ଦିନ ହୋଇଥିବାବେଳେ ବାଗେଶ୍ୱର ବାବାଙ୍କ ଦରବାର ଲାଗିବ ।