ଶପଥ ଗ୍ରହଣ ପୂର୍ବରୁ ଦିଲ୍ଲୀ ପହଞ୍ଚିଲେ ସିଦ୍ଧରମୈୟା ଓ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଡି.ଶିବକୁମାର ଦିଲ୍ଲୀ ପହଞ୍ଚିଛନ୍ତି । ଉଭୟ ନେତା ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଥିବା ନେତାଙ୍କ ନାଁ ଉପରେ ମଧ୍ୟ ଚର୍ଚ୍ଚା କରିବେ । ଏନେଇ ଦୁହେଁ କଂଗ୍ରେସ ସଂଗଠନର ମହାସଚିବ କେସି ବେଣୁଗୋପାଳଙ୍କ ଆବାସରେ ପହଞ୍ଚିଛନ୍ତି ।

ଶିବକୁମାର କହିଛନ୍ତି ଯେ, ମୁଁ ଏଠାରେ ଆମ ନେତାଙ୍କୁ ବ୍ୟକ୍ତିଗତ ରୂପେ ନିମନ୍ତ୍ରଣ କରିବାକୁ ଆସିଛି କାରଣ ସେମାନେ ଖୁବ୍ ପରିଶ୍ରମ କରିଛନ୍ତି ।