ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ୍‌

ଭୁବନେଶ୍ବର,ଏନ୍‌ଏନ୍‌ଏସ୍‌: ଅସହ୍ୟ ହେଲେଣି ଗରମ । ରାଜ୍ୟରେ ବଢୁଛି ତାତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ (ମଙ୍ଗଳବାର) ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ମର୍ଣ୍ଣିଂ କ୍ଲାସ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଦେଇଥିଲେ । ସକାଳ ୭ଟାରୁ ୧୧ଟା ୩୦ ମିନିଟ ଯାଏଁ ସକାଳୁଆ କ୍ଲାସ ହେବ ।ରାଜ୍ୟରେ ପ୍ରତିଟି ସ୍କୁଲ୍‌ରେ ମର୍ଣ୍ଣିଂ ସ୍କୁଲ୍‌ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଦେଇଥିଲେ । ଖରାଦିନକୁ ଦୃଷ୍ଟିରେ ରଖି ସ୍କୁଲ୍‌ରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ପାଣି, ଓଆର୍‌ଏସ୍‌ ମହଜୁଦ ରଖିବାକୁ କୁହାଯାଇଛି । ପଙ୍ଖାର ମଧ୍ୟ ବ୍ୟବସ୍ଥା କରାଯିବ ।

ଏପଟେ ଏପ୍ରିଲ୍‌ ୩ ତାରିଖରୁ ଚଳିତ ଶିକ୍ଷାବର୍ଷର ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷାବର୍ଷ ୨୦୨୩-୨୪ରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇଛି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଲାଣି । ପାରଦ ୪୦ ଡିଗ୍ରୀ ଟପିଲାଣି । ଆଜିଠୁ ଆହୁରି ତାତି ବଢିବ ।