ଜନ୍ତର ମନ୍ତରରେ ଆପର ‘ମୋଦୀ ହଟାଓ ଦେଶ ବଚାଓ’ ଅଭିଯାନ

ନୂଆଦିଲ୍ଲୀ: ସହିଦ ଦିବସ ଅବସରରେ ଆମ ଆଦମି ପାର୍ଟିର ‘ମୋଦୀ ହଟାଓ ଦେଶ ବଚାଓ’ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଜନ୍ତର ମନ୍ତରରେ ଏକତ୍ରିତ ହୋଇଛନ୍ତି । ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମାନ କେନ୍ଦ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ରାତିଅଧରେ ଜିଏସି ଓ ନୋଟବନ୍ଦୀ ଲାଗୁ କରିଥିଲେ । ରାତିଅଧରେ ଫାଇଲ ଦସ୍ତଖତ କରି ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଫାଇଲ ଦସ୍ତଖତ କରିବା ପୂର୍ବରୁ ଭଲ ଭାବେ ପଢ଼ିବା ଉଚିତ । ନିଜର କିଛି ପୁଞ୍ଜିପତି ବନ୍ଧୁଙ୍କ ହାତରେ ଦେଶକୁ ବିକି ଦେଉଛନ୍ତି । ଆମେ ବିକାଶ ନାଁରେ ଭୋଟ ମାଗୁଛୁ । କିନ୍ତୁ ବଡ଼ ସାହେବ ପରସ୍ପରକୁ ବାଣ୍ଟିବାରେ ଲାଗିଛନ୍ତି ।