ନୂଆଦିଲ୍ଲୀ: ଗତ କିଛିଦିନ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ୱିକେଟକିପର ବ୍ୟାଟ୍ସମେନ ଋଷଭ ପନ୍ତ ବଡ଼ ଧରଣର ଦୁର୍ଘଟଣାର ଶିକାର ହୋଇଥିଲେ । ପନ୍ତ ଧୀରେ ଧୀରେ ସୁସ୍ଥ ହେଉଥିଲେ ମଧ୍ୟ ଏଥର ଆଇପିଏଲ ଓ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ୍ ଖେଳି ପାରିବେନି । ଏଥିସହିତ ଦିନିକିଆ ୱାଲ୍ଡକପ୍ ୨୦୨୩ ପର୍ଯ୍ୟନ୍ତ ଫିଟ୍ ହେବେ କି ନାହିଁ ତାହା ମଧ୍ୟ ସୁନିଶ୍ଚିତ ନୁହେଁ । କିନ୍ତୁ ଇତିମଧ୍ୟରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ସୁରେଶ ରାଇନା ଏକ ବଡ଼ ପଦକ୍ଷେପ ନେଇଛନ୍ତି । କାର ଚଲାଇବା ଛାଡ଼ି ଦେଇଥିବା ନେଇ ରାଇନା ନିଜେ ବୟାନ ଦେଇଛନ୍ତି ।
ସୁରେଶ ରାଇନା କହିଛନ୍ତି ଯେ, ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ମୋତେ ବହୁତ ବଡ଼ ଶିକ୍ଷା ମିଳିଛି । ମୁଁ କାର ଚଲାଇବା ଛାଡ଼ି ଦେଇଛି । ଋଷଭଙ୍କ ଦୁର୍ଘଟଣା ପରେ ମୁଁ ଏହି ନିଷ୍ପତ୍ତି ନେଇଛି ।