କରେଳଧୁଆ ଓଭରବ୍ରିଜରେ ବାଇକ ଦୁର୍ଘଟଣାରେ ୨ ଯୁବକ ମୃତ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଜାତୀୟ ରାଜପଥ ୨୬ ନମ୍ବର ନିକଟରେ ଥିବା କରେଳଧୁଆ ଓଭରବ୍ରିଜ ନିକଟରେ ବାଇକ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ହୋଇଛି ।  ମୃତକଦ୍ୱୟ ହେଲେ ସର୍ଗିପାଳୀ ଗାଁର ବଣ୍ଟି ପଧାନ(୨୦) ଓ ଶରତ ସାହୁ(୧୮) । ମିଳିଥିବା ରିପୋର୍ଟ ମୁତାବକ, ବଣ୍ଟି ଓ ଶରତ ବାଇକ ଯୋଗେ ନିଜ ଘରକୁ ଦ୍ରୁତ ଗତିରେ ଫେରୁଥିବାବେଳେ ବ୍ରିଜ ତଳକୁ ଖସି ପଡ଼ିଥିଲେ । ଏହି ରାସ୍ତା ଦେଇ ଡେଙ୍ଗ ସ୍କୁଲର ଶିକ୍ଷକ ରାମ ନାରାୟଣ ଦାସ ବଲାଙ୍ଗିରକୁ ଫେରୁଥିବାବେଳେ ୨ ଯୁବକ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ସଇଁନ୍ତଲା ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।