ପୁଣି ବଢ଼ିଲା ସିସୋଦିଆଙ୍କ ଇଡି ରିମାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଇଡି ରିମାଣ୍ଡ ଶେଷ ହେବା ପରେ ଆଜି ତାଙ୍କୁ ପୁଣିଥରେ ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଆଉ ଆଜି ଅଦାଲତ ପୁଣିଥରେ ସିସୋଦିଆଙ୍କ ଇଡି ରିମାଣ୍ଡ ୫ ଦିନ ବଢ଼ାଇ ଦେଇଛନ୍ତି । କୋର୍ଟ ସମ୍ମୁଖରେ ଇଡି ଅନେକ ତଥ୍ୟ ଉପସ୍ଥାପନ କରିବା ସହ ସିସୋଦିଆଙ୍କ ୭ ଦିନିଆ ରିମାଣ୍ଡ ଦାବୀ କରିଥିଲା ।

ରାଉଜ ଏଭିନ୍ୟୁ କୋର୍ଟ ମାର୍ଚ୍ଚ ୧୦ ତାରିଖରେ ମନିଷ ସିସୋଦିଆଙ୍କୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଥିଲେ । ସିସୋଦିଆଙ୍କ ଉପରେ କଥିତ ରୂପେ ଅପରାଧରୁ ୨୯୦ କୋଟି ଟଙ୍କାର ଅର୍ଜିତ କରିଥିବା ନେଇ ଇଡି ଆରୋପ ଲଗାଇଛି । ଅବକାରୀ ନୀତି ସହ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ସିସୋଦିଆଙ୍କୁ ମାର୍ଚ୍ଚ ୯ରେ ଇଡି ଗିରଫ କରିଥିଲା ।