ଋଷ ଯିବେ ଚୀନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମାର୍ଚ୍ଚ ୨୦ରେ ଋଷ ଗସ୍ତ କରିବେ । ଜିନପିଙ୍ଗଙ୍କ ମାସ୍କୋ ଗସ୍ତକୁ ନେଇ ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଅବସରରେ ଜିନପିଙ୍ଗ ରଷ ରାଷ୍ଟ୍ରପତି ବ୍ଲାଦମିର ପୁତିନଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜିନପିଙ୍ଗ ଏହି ଗସ୍ତ କରୁଥିବାରୁ ସମଗ୍ର ବିଶ୍ୱବାସୀ ଏହା ଉପରେ ନଜର ରଖିଛନ୍ତି। ତୃତୀୟଥର ପାଇଁ ଚୀନ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କ ପ୍ରଥମ ଋଷ ଗସ୍ତ ।

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗସ୍ତକୁ ନେଇ ଋଷ ଶାସନର କେନ୍ଦ୍ର ‘କ୍ରେମଲିନ’ ମଧ୍ୟ ବୟାନ ଜାରି କରିଛି । କ୍ରେମଲିନ କହିଛି ଯେ, ସି ଜିନପିଙ୍ଗ ମାର୍ଚ୍ଚ ୨୦ରୁ ୨୨ ପର୍ଯ୍ୟନ୍ତ ରାଜକୀୟ ଯାତ୍ରାରେ ରହିବେ । ଏହି ସମୟରେ ଋଷ ଏବଂ ଚୀନ ମଧ୍ୟରେ ବ୍ୟାପକ ଚୁକ୍ତି ସମ୍ବନ୍ଧୀୟ ଏବଂ ରଣନୀତିକ ସହଯୋଗ ସହିତ ସାମୟିକ ମୁଦ୍ରା ଉପରେ ଚର୍ଚ୍ଚା ହେବ ।