ପ୍ରେମ ପରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲା ପ୍ରେମିକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ପୌରାଞ୍ଚଳରେ ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ପ୍ରେମ ପରେ ବିବାହର ପ୍ରତିଶ୍ରୁତି ଦେଇ ସମ୍ଭୋଗ ପରେ ପ୍ରେମିକ ପ୍ରତାରଣା କରିଛି । କେବଳ ଏତିକି ନୁହେଁ ଏଭଳି ସ୍ଥିତିରେ ଅନ୍ୟଜଣେ ଯୁବତୀଙ୍କୁ ବିବାହ ପାଇଁ ପ୍ରସ୍ତୁତ ହେଉଥିବାବେଳେ ପ୍ରତାରକ ପ୍ରେମିକକୁ ପୁଲିସ ଥାନାରେ ଅଟକ ରଖିଛି । ପ୍ରତାରିତ ଯୁବତୀଙ୍କ ଲିଖିତ ଅଭିଯୋଗ ପରେ ଦେବଗଡ଼ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ପ୍ରେମିକକୁ ପୁଲିସ କୋର୍ଟ ଚାଲାଣ କରିବ । ଅଟକ ଅଭିଯୁକ୍ତ ଜଣକ ହେଲେ ଦେବଗଡ଼ ପୌରାଞ୍ଚଳ ଭିତିରିଆ ସାହିର ଶୁଭମ ସିଂ । ପୂର୍ବରୁ ମଧ୍ୟ ଶୁଭମ ଏକ ଗଣ ଦୁଷ୍କର୍ମ ମାମଲାରେ ଦୀର୍ଘ ବର୍ଷ ଜେଲରେ ରହିବା ପରେ କିଛି ବର୍ଷ ପୂର୍ବେ ବାହାରିଥବା ନେଇ ପୁଲିସ ସୂତ୍ରରୁ ସୂଚନା ମିଳିଛି ।