ତୃତୀୟ ଟେଷ୍ଟରେ ଜିତିବା ପାଇଁ ୭୬ ରନର ପିଛା କରିବ ଅଷ୍ଟ୍ରେଲିଆ

ମଧ୍ୟପ୍ରଦେଶ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଟିମ୍ ଖୁବ୍ ମଜଭୁତ ସ୍ଥିତିରେ ରହିଛି । ଅଷ୍ଟ୍ରେଲିଆ ଟିମ ପ୍ରଥମ ପାଳିରେ ୧୯୭ ରନରେ ଅଲଆଉଟ ହୋଇ ୮୮ ରନରେ ଆଗୁଆ ଥିଲା । ଅନ୍ୟପଟେ ଭାରତୀୟ ଟିମ୍ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ୧୬୩ ରନରେ ଅଲଆଉଟ ହୋଇଥିବାବେଳେ ଚେତେଶ୍ୱର ପୂଜାରା ସର୍ବାଧିକ ୫୯ ରନ୍ କରିଥିଲେ ।

ସେହିପରି ଆଜି ଅଷ୍ଟ୍ରେଲୀୟ ଟିମର ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଥିଲା । ନେଥନ ଲିୟୋନ ୬୪ ରନ୍ ଦେଇ ୮ ୱିକେଟ ନିଜ ନାମରେ କରିଥିଲା । ଆସନ୍ତାକାଲି ତୃତୀୟ ଦିନରେ ଅଷ୍ଟ୍ରେଲିଆ ଯଦି ୭୬ ରନ୍ ହାସଲ କରିନେବ ତେବେ ମ୍ୟାଚ୍ ନିଜ ନାଁରେ କରିବାରେ ସଫଳ ହେବ ।