ଗୋଷ୍ଠୀ ସହଭାଗିତାରେ ସାମିଲ ମିଶନ ଶକ୍ତି ମହିଳାଙ୍କୁ ସାଇକେଲ ବଣ୍ଟନ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଗୋଷ୍ଠୀ ସହଭାଗିତାରେ ସାମିଲ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀର ୬୦ଜଣ ସଦସ୍ୟାଙ୍କୁ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ  ସାଇକେଲ ବଣ୍ଟନ କରାଯାଇଛି । ପୌର ପରିଷଦ ଟାଉନ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଓ ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର ଉପସ୍ଥିତ ରହି ପୌରାଞ୍ଚଳରେ କାର୍ଯ୍ୟରତ ଜଳସାଥୀ, ଆହାର କେନ୍ଦ୍ରରେ କାର୍ଯ୍ୟରତ କର୍ମୀ, ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ଭାବେ କାର୍ଯ୍ୟରତ ମିଶନ ଶକ୍ତି ମହିଳା ସଦସ୍ୟାଙ୍କୁ ସାଇକେଲ ବଣ୍ଟନ କରିଥିଲେ । ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ମିଶନ ଶକ୍ତି ସଦସ୍ୟାଙ୍କୁ କାର୍ଯ୍ୟ କରିବାରେ ଅଧିକ ଉତ୍ସାହ ଆଣିଦେବ ବୋଲି ମିଶନ ଶକ୍ତି ସଦସ୍ୟା ମତ ପ୍ରକାଶ କରିଛନ୍ତି ।