ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହୋଇଥିବା ନିକି ଯାଦବ ହତ୍ୟା ମାମଲାର ତଦନ୍ତ ଦ୍ରୁତ ଗତିରେ ଜାରି ରହିଛି । ଦିଲ୍ଲୀ କ୍ରାଇମବ୍ରାଞ୍ଚ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିକି ହତ୍ୟାର ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ବୟଫ୍ରେଣ୍ଡ ସାହିଲ ଗେହଲଟଙ୍କ ପିତା ବୀରେନ୍ଦ୍ର ସିଂହ, ଭାଇ ଆଶିଷ ଏବଂ ନବୀନ, ବନ୍ଧୁ ଲୋକେଶ ଏବଂ ଅମରକୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ନବୀନ ଦିଲ୍ଲୀ ପୁଲିସରେ କନଷ୍ଟେବଳ ରୂପେ କାର୍ଯ୍ୟରତ ଅଛନ୍ତି ।
ସ୍ୱତନ୍ତ୍ର ସିପି ରବିନ୍ଦର ଯାଦବ କହିଛନ୍ତି ଯେ, ପୁଲିସ ରିମାଣ୍ଡ ସମୟରେ ସାହିଲକୁ ଜେରା କରାଯାଇଥିଲା । ଜେରା ସମୟରେ ସାହିଲ ପୁରା ଘଟଣାର ଯୋଜନା ସମ୍ପର୍କରେ କହିବା ସହ ହତ୍ୟାକୁ ନେଇସେ ସହଅଭିଯୁକ୍ତଙ୍କୁ ଜଣାଇଥିବା କହିଥିଲା । ପରେ ସମସ୍ତେ ମିଶି ବିବାହରେ ଯୋଗ ଦେଇଥିଲେ । ପୁଲିସ ସାହିଲଙ୍କ ବୟାନକୁ ଆଧାର କରି ସହଅଭିଯୁକ୍ତଙ୍କୁ ଜେରା କରିବା ପରେ ଗିରଫ କରିଛି ।