ଭବାନୀପାଟଣା,ଏନ୍ଏନ୍ଏସ୍: ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସ୍ୱର୍ଗତ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ମର୍ମାହତ ଧର୍ମଗଡ଼ ବିଜେଡି ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ୱର୍ଗତ ନବ କିଶୋର ଦାସଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ବଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଧର୍ମଗଡ଼ ବ୍ଲକ୍ ବିଜେଡି ସଭାପତି ଟିକମନ ଯାଦବ, ବିଧାୟକ ପ୍ରତିନିଧି ସ୍ୱାଧୀନ ବାଗ, ଧର୍ମଗଡ଼ ବ୍ଲକ ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ଯୁଏଡ, ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ୟ ପ୍ରଣବ କିଶୋର ଭଇଁସାଲ, ଧର୍ମଗଡ଼ ଏନ୍ଏସି ଉପାଧ୍ୟକ୍ଷା ଶ୍ରୀମତୀ ମନିଷା ମୁଣ୍ଡ(ମିଶ୍ର), ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ହୀରା ବାଗ, ଆଇନଜୀବୀ ଧିରେନ୍ଦ୍ରନାଥ ପାତ୍ର, ରାଜେନ୍ଦ୍ର ମୁନୀ, ଅଜିତ ସାହୁ,ରାଜା ହାତୀ, ବିକାଶ ଅଗ୍ରୱାଲ, ସୁନୀଲ ମେହେର, ବିବେକ ରଞ୍ଜନ ମିଶ୍ର ସମେତ ଧର୍ମଗଡ଼ ବିଜେଡିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।