ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଆଜି ବିଜେଡିର ୨୫ ବର୍ଷ ଉପଲକ୍ଷେ ଆୟୋଜିତ ପ୍ରତିଷ୍ଠା ଉତ୍ସବରେ ଜିଲ୍ଲାର ୮ଟି ପଞ୍ଚାୟତର ସରପଞ୍ଚଙ୍କ ସମେତ ସେମାନଙ୍କ ଶତାଧିକ ସମର୍ଥକ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ଦେବଗଡ଼ ଜିଲ୍ଲାରେ ବିଜେପି ବିଧାୟକ ଓ ସାଂସଦ ଗତ ୨୦୧୯ ନିର୍ବାଚନରେ ସେମାନଙ୍କ ଅଞ୍ଚଳର ବିକାଶ ଓ ରୋଜଗାର ଭଳି ବିଭିନ୍ନ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ ଜନସାଧାରଣଙ୍କ କୌଣସି ଅସୁବିଧା କିମ୍ୱା ଅଞ୍ଚଳର ବିକାଶ ପାଇଁ କିଛି ନକରି ପ୍ରତାରଣା କରିଥିବାରୁ ଏମାନେ ଦଳ ଛାଡ଼ିଥିବା ଦର୍ଶାଇଛନ୍ତି । ବିଜେଡିରେ ସାମିଲ ହୋଇଥିବା ନୂତନ କର୍ମୀଙ୍କୁ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ଦଳରେ ସ୍ୱାଗତ କରିଥିଲେ ।