ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲାସ୍ତରୀୟ କୃଷକ ମେଳାରେ ମିଶନ ଜୀବିକା ଓ ଓଡ଼ିଶା ମିଲେଟ ମିଶନ ପକ୍ଷରୁ ଅନୁସୂଚିତ ଜନଜାତି କୃଷକଙ୍କୁ ପମ୍ପସେଟ ପ୍ରଦାନ କରାଯାଇଛି । ଗୋଟେ ପମ୍ପସେଟର ମୂଲ୍ୟ ୨୧ହଜାର ୬୨୧ଟଙ୍କା ରହିଥିବାବେଳେ ଚାଷୀ କେବଳ ୧,୬୨୧ଟଙ୍କା ଦେଉଛନ୍ତି । ସେଥିରୁ ଆଇଟିଡିଏ ୧୦ହଜାର ଓ ମିଲେଟ ମିଶନ ପକ୍ଷରୁ ୧୦ହଜାର ଟଙ୍କା ରିହାତି ଅଂଶ ରହିଛି । ଜିଲ୍ଲାର ନବରଙ୍ଗପୁର, ପାପଡ଼ାହାଣ୍ଡି, ଝରିଗାଁ, କୋଷଗୁମୁଡ଼ା ଓ ଉମରକୋଟ ବ୍ଲକର ୨ଶହ ଜଣ କୃଷକଙ୍କୁ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବେଣୁଧର ଶବର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି ଭେଙ୍କଟ, ଆତ୍ମା ଏପିଡି କମଳ ଲୋଚନ ନାୟକ ଓ ଆଇଟିଡିଏ ପ୍ରୋଜେକ୍ଟ ମ୍ୟାନେଜର ଗୋବିନ୍ଦ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।