ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷଙ୍କ ସହ ଅସଦାଚରଣ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲୀବାଲଙ୍କୁ କାରରୁ ଘୁସାରିବା ମାମଲା ସାମ୍ନାକୁ ଆସିଛି । ନିଶାଗ୍ରସ୍ତ ଜଣେ କାର ଡ୍ରାଇଭର ହରିଶ୍ଚନ୍ଦ୍ର ଦିଲ୍ଲୀ ଏମ୍ସର ଗେଟ ନମ୍ବର-୨ ସାମ୍ନାରୁ ସ୍ୱାତୀ ମାଲିୱାଲଙ୍କୁ ୧୦ରୁ ୧୪ ମିଟର ଘୁସାରି ନେଇଥିବା ଜଣାପଡ଼ିଛି । ଦିଲ୍ଲୀ ପୁଲିସ ମାମଲାର ତଦନ୍ତ କରୁଛି ।

ଦିଲ୍ଲୀ ପୁଲିସ ମୁତାବକ, ଉକ୍ତ ଘଟଣାଟି ଭୋର ୩ଟା ୧୧ ମିନିଟରେ ଘଟିଥିଲା । ଏମ୍ସରେ ଗେଟ ନମ୍ବର ୨ ସାମ୍ନାରେ କାର ଚାଳକ ସ୍ୱାତୀ ମାଲୀବାଲଙ୍କୁ ତା’ ଗାଡ଼ିରେ ବସିବା ପାଇଁ କହିଥିଲା । ସ୍ୱାତୀ ତାକୁ ଗାଳି ଦେଉଥିବା ସମୟରେ କାର ଚଳକ ଗାଡ଼ି କାଚ ଉପରକୁ ଉଠାଇ ଦେଇଥିଲା । ଫଳରେ ସ୍ୱାତୀଙ୍କ ହାତ ଗାଡ଼ିରେ ଫସି ଯାଇଥିଲା । ଏହାପରେ କାର ଚାଳକ ତାଙ୍କୁ ୧୦ରୁ ୧୪ ମିଟର ପର୍ଯ୍ୟନ୍ତ ଘୁସାଡ଼ି ନେଇଥିଲା । ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରାଯାଇଥିବା ନେଇ ପୁଲିସ ସୂଚନା ପ୍ରଦାନ କରିଛି ।