ଟେଷ୍ଟ ରାଙ୍କିଂରେ ଭାରତ ନମ୍ବର ୧

ନୂଆଦଲ୍ଲୀ: ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ(ଆଇସିସି) ଟେଷ୍ଟ ଟିମର ର‌୍ୟାଙ୍କିଂ ଜାରି କରିଛି । ଏହି ସଦ୍ୟ ର‌୍ୟାଙ୍କିଂରେ ଭାରତକୁ ବେଶ୍ ଲାଭ ମିଳିଛି । ବାଙ୍ଗଲାଦେଶ ବିରୋଧରେ ଭାରତ ୨ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଜିତିଥିଲା । ସେଥିପାଇଁ ୩,୬୯୦ ଅଙ୍କ ସହ ଭାରତ ଟେଷ୍ଟ ର‌୍ୟାଙ୍କିଂରେ ପ୍ରଥମ ସ୍ଥାନରେ ପହଞ୍ଚିଛି । ଏହାପୂର୍ବରୁ ଅଷ୍ଟ୍ରେଲିଆ ଶୀର୍ଷରେ ରହିଥିଲା ।

ସୂଚନାଯୋଗ୍ୟ, ଟେଷ୍ଟ ପୂର୍ବରୁ ଭାରତ ଟି-୨୦ରେ ମଧ୍ୟ ପ୍ରଥମ ସ୍ଥାନରେ ରହିଥିଲା । ଅନ୍ୟପଟେ ଦିନିକିଆ ର‌୍ୟାଙ୍କିରେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।