ଆସିଲା ‘ପଠାନ’ର ଓଟିଟି ରିଲିଜ ତାରିଖ

ନୂଆଦିଲ୍ଲୀ: ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପଠାନ’ର ଓଟିଟି ରିଲିଜ ତାରିଖ ସାମ୍ନାକୁ ଆସିଛି । ସିନେମା ଘରେ ରିଲିଜ ହେବାର ୯ ଦିନ ଅର୍ଥାତ ଏପ୍ରିଲ ୨୫ରେ ଓଟିଟି ପ୍ଲାଟଫର୍ମ ପ୍ରାଇମ ଭିଡିଓରେ ଫିଲ୍ମଟି ଷ୍ଟ୍ରୀମ କରିବ । କିନ୍ତୁ ଓଟିଟି ରିଲିଜରେ କିଛି ପରିବର୍ତ୍ତନ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ୟଶରାଜ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ‘ପଠାନ’ ଫିଲ୍ମଟି ପୂର୍ବରୁ ସେଣ୍ଟ୍ରାଲ ଫିଲ୍ମ ସାର୍ଟିଫିକେଟ ବୋର୍ଡ ଦ୍ୱାରା ସ୍ୱୀକୃତି ପାଇ ସାରିଛି । ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଜନ୍ ଆବ୍ରାହମ୍ ଓ ଦିପିକା ପାଦ୍ୟୁକୋନଙ୍କୁ ମୁଖ୍ୟ ଭୂମିକାରେ ନଜର ଆସିବେ ।