ଭାରତ ସହ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଗୁହାରି

ନୂଆଦିଲ୍ଲୀ: ପାକିସ୍ତାନ ବର୍ତ୍ତମାନ ସମୟରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ସେଠାକାର ଲୋକଙ୍କୁ ଖାଇବା ପାଇଁ ଅଟା ମଧ୍ୟ ମିଳୁନି । ଇତିମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କ ହାବଭାବ ବଦଳି ଯାଇଥିବା ଦେଖିବାକୁ ମିଳିଛି । ଏଥିରେ ପାକିସ୍ତାନ ନିଜ ଭୁଲ ବୁଝିସାରିଛି ଓ ଶାନ୍ତିରେ ରହିବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫ ଅଲ ଅରବିୟାକୁ ଦେଇଥିବା ଇଣ୍ଟରଭ୍ୟୁରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସବୁ ସମସ୍ୟାକୁ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଆମେ ଭାରତ ସହ ୩ଥର ଯୁଦ୍ଧ ଲଢ଼ି ସାରିଛୁ ଏବଂ ଏହାର ବାରମ୍ବାର ଲୋକଙ୍କ ପାଇଁ ଗରିବୀ, କାଙ୍ଗାଳି ଓ ବେରୋଜଗାର ଆଣିଛି । ତେଣୁ ଉଭୟ ଦେଶ ଆଲୋଚନା ମାଧ୍ୟମରେ ସବୁ ପ୍ରସଙ୍ଗର ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ ବୋଲି ମୋଦୀଙ୍କୁ ସରିଫ ଅପିଲ କରିଛନ୍ତି ।