କେସିଙ୍ଗା,ଏନ୍ଏନ୍ଏସ୍: ସୋସିଆଲ ମିଡ଼ିଆରେ ଜଣେ ଯୁବତୀଙ୍କ ସହ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡ଼ୁଙ୍କ ବାର୍ତ୍ତାଳାପର ଏକ ଓଡ଼ିଓ ୨ଦିନ ତଳେ ଖୁବ୍ ଭାଇରାଲ ହୋଇଥିଲା । ଉକ୍ତ ଓଡିଓଟି ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ଶେଷରେ କେସିଙ୍ଗା ବିଡ଼ିଓ ମୁହଁ ଖୋଲିଛନ୍ତି । ଗତ ୨ ବର୍ଷ ତଳର ଓଡ଼ିଓକୁ ଭାଇରାଲ କରି ମୋ ଚରିତ୍ରକୁ କ୍ଷୁର୍ଣ୍ଣ କରିବା ପାଇଁ କିଛି ଲୋକ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଡିଓ କହିଛନ୍ତି । ଏହାକୁ ଭାଇରାଲ କରିବାରେ ମୋ ପୂର୍ବତନ ଡ୍ରାଇଭରର ହାତ ଥାଇପାରେ କାରଣ ସେ ଡ୍ୟୁଟି ଠିକ ଭାବେ କରୁନଥିବାରୁ ମୁଁ ତାଙ୍କୁ ବାହାର କରି ଦେଇଥିଲି । ଏଥିସହିତ ଆଗାମୀ ଦିନରେ ମୁଁ ଉକ୍ତ ମିଡ଼ିଆ ବିରୁଦ୍ଧରେ ଆଇନର ଆଶ୍ରୟ ନେଇପାରେ ଏଥିରେ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ତାହା ଜଣାପଡ଼ିବ ବୋଲି ମତ ରଖିଛନ୍ତି । ସୂଚନାଯୋଗ୍ୟ, ଭାଇରାଲ ଓଡିଓରେ ଉଭୟ ଭଲ ଭାବେ ପରିଚିତ ଥିବା ଜଣାପଡୁଥିବା ବେଳେ ବିଡିଓ ଯୁବତୀଙ୍କୁ ଜାଣିନଥିବା ଓ ଉକ୍ତ ଯୁବତୀ ତାଙ୍କ ପୁଅଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ବୋଲି ସେ କହିଛନ୍ତି । ତେବେ ଉକ୍ତ ଯୁବତୀଙ୍କ ସହ ବିଡିଓଙ୍କର କେଉଁ ସମ୍ପର୍କ ଅଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି ।