ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ପୁଣି ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ୫୧ ବର୍ଷୀୟ ମିଲ୍ୟାକୋଭ ସର୍ଗେଇ । ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତଦେହ ଜଗତସିଂହପୁର ଜିଲ୍ଲାର ପାରଦ୍ୱୀପ ପୋର୍ଟ ଆଙ୍କରେଜରୁ ମିଳିଛି । ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ୧୫ ଦିନ ମଧ୍ୟରେ ଓଡ଼ିଶାରେ ୩ଜଣ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟିଛି ।
ଉକ୍ତ ଜାହାଜଟି ପାରାଦ୍ୱୀପ ରାସ୍ତା ଦେଇ ବାଙ୍ଗଲାଦେଶର ଚଟଗାଁଓ ବନ୍ଦରଗାରରୁ ମୁମ୍ବାଇ ଯାଉଥିଲା । ଭୋର ପାଖାପାଖି ୪ଟା ୩୦ରେ ଋଷୀୟ ନାଗରିକଙ୍କୁ ଜାହାଜର ଚେମ୍ବରରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଉକ୍ତ ମାମଲାକୁ ନେଇ ପୁଲିସର ଯାଞ୍ଚ ଜାରି ରହିଛି ।