ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ର ଆଜି (ରବିବାର) ୯୬ତମ ସଂସ୍କରଣ । ପୂର୍ବାହ୍ନ ୧୧ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦୀ । ବର୍ଷ ୨୦୨୨ରେ ଏହା ପ୍ରଧାନମନ୍ତ୍ରୀଙ୍କ ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।
ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପ୍ରସାରିତ ହେବ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦୀଙ୍କ ମନର କଥାକୁ ପ୍ରସାରିତ କରିଥାଏ । ନଭେମ୍ବର ୨୭ରେ ପ୍ରଧାନମନ୍ତ୍ରୀ ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା ।
ପୂର୍ବ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜି-୨୦ ସମ୍ମିଳନୀ ବିଷୟରେ ଆଲୋଚନା କରିଥିଲେ । ଆଗକୁ ଭାରତ ଜି-୨୦ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ଖୁବ୍ଶୀଘ୍ର ମନ କି ବାତ କାର୍ଯ୍ୟକ୍ରମ ୧୦୦ ତମ ଅଧ୍ୟାୟ ପୂରଣ କରିବାକୁ ଯାଉଛି ବୋଲି ମଧ୍ୟ କହିଥିଲେ । ଏହାସହ ନଭେମ୍ବର ୧୮ ତାରିଖରେ ଦେଶର ପ୍ରଥମ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ରକେଟ୍ ‘ବିକ୍ରମ-ଏସ୍’ର ସଫଳ ପରୀକ୍ଷଣ କରାଯାଇଥିଲା। ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଲଞ୍ଚ୍ ପ୍ୟାଡରୁ ଏହା ପରୀକ୍ଷଣ କରାଯାଇଥିଲା । ଏହା ଏକ ବଡ ସଫଳତା ବୋଲି କହିଥିଲେ ମୋଦୀ।