୮୦ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧କୋଟି ୮୦ ଲକ୍ଷ ଟଙ୍କାର ଋଣ ମଞ୍ଜୁର

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଆତ୍ମା ସଭାଗୃହରେ ମିଶନ ଶକ୍ତି ପକ୍ଷରୁ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, କ ଜୋନ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ଖ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ବିଧାୟକ ପ୍ରତିନିଧି ଦିନବନ୍ଧୁ ସାହୁ, ସିଡିପିଓ ଗିରିଜା ଗୁଡ଼ଲା, ଏଇ ସନ୍ଦୀପ କୁମାର ନାୟକ ଓ ମିଶନ ଶକ୍ତି ବିପିସି ବିପିନ କୁମାର ବାରିକ ପ୍ରମୁଖ ଯୋଗଦେଇ ସରକାରଙ୍କ ମିଶନ ଶକ୍ତି ଯୋଜନା ଉପରେ କହିଥିଲେ ।

ଏହାସହ ବ୍ୟାଙ୍କ ଗୁଡ଼ିକରୁ ଋଣ ନେଇ ଠିକଭାବେ କିପରି ପରିଚାଳନା କରାଯାଇପାରିବ ସେଦିଗରେ ଦଳଗୁଡ଼ିକ ଗୁରୁତ୍ୱ ଦେବାକୁ ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ସମସ୍ତ ବ୍ୟାଙ୍କ ଅଧିକାରୀମାନେ ଯୋଗଦେଇ ୮୦ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ୧କୋଟି ୮୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଆଇସିଡିଏସ ସୁପରଭାଇଜର, ସିଆରପି, ଏମବିକେ ଓ ଫେଡେରେସନ ଲିଡରମାନେ ସହଯୋଗ କରିଥିଲେ ।