ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଆହ୍ଲାବାଦ ସେଣ୍ଟ୍ରାଲ ୟୁନିଭର୍ସିଟିରେ ଛାତ୍ର ଓ ପୁଲିସ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଏଥିରେ ଅନେକ ଛାତ୍ର ଆହତ ହୋଇଛନ୍ତି । ଏହି ସମୟରେ ୟୁନିଭର୍ସିଟି ସିକ୍ୟୁରିଟି ଗାର୍ଡ ଅନେକ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି । କିନ୍ତୁ କାହାକୁ ଗୁଳି ବାଜି ନାହିଁ ।
ସୂଚନାଯୋଗ୍ୟ, ଗତ କିଛିଦିନ ହେବ ଫିସ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ । ଆନ୍ଦୋଳନରତ କିଛି ଛାତ୍ରଛାତ୍ରୀ ଭୂ-ସମାଧି ନେବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ଜବରଦସ୍ତ ସେମାନଙ୍କୁ ହଟାଇଥିଲା । ଫଳରେ ପୁଲିସ ଓ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା ।