ଚୀନ ଫେରିବାର କୌଣସି ଅର୍ଥ ନାହିଁ, ମୁଁ ଭାରତକୁ ପସନ୍ଦ କରେ: ଦଲାଇଲାମା

ନୂଆଦିଲ୍ଲୀ: ସମଗ୍ର ଦେଶରେ ତବାଙ୍ଗ ବିବାଦ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଚୀନ ସହ ସଂଘର୍ଷକୁ ନେଇ ଉଭୟ ସଦନରେ ମଧ୍ୟ ହଙ୍ଗାମା ଜାରି ରହିଛି । ଏଭଳି ସ୍ଥିତିରେ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ବୟାନ ସାମ୍ନାକୁ ଆସିଛି । ଦଲାଇଲାମା କହିଛନ୍ତି ଯେ, ସ୍ଥିତି ସୁଧୁରୁଛି । ଚୀନ ଫେରିବାର କୌଣସି ଅର୍ଥ ନାହିଁ । ମୁଁ ଭାରତକୁ ପସନ୍ଦ କରେ । ଏହି ଜାଗା ମୋର ସ୍ଥାୟୀ ନିବାସ । ଦଲାଇଲାମା ଏକଥା ହିମାଚଳପ୍ରଦେଶର କଙ୍ଗଡ଼ାରେ କହିଛନ୍ତି ।

ସୂଚନାଯୋଗ୍ୟ, ଡିସେମ୍ବର ୯ରେ ତବାଙ୍ଗର ୟାଙ୍ଗ ତସେ କ୍ଷେତ୍ରରେ ଚୀନ ସେନା ପକ୍ଷରୁ ଏଲଏସିରେ ଆକ୍ରମଣ କରି ସ୍ଥିତିକୁ ଏକତରଫା ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯାଇଥିଲା । ଏହି ସମୟରେ ଭାରତୀୟ ସୈନିକ ଚୀନ ସହ ମୁକାବିଲା କରିବା ସହ ନିଜ ପୋଷ୍ଟକୁ ଫେରିବା ପାଇଁ ବାଧ୍ୟ କରି ଦେଇଥିଲା । ଏଥିରେ କୌଣସି ଭାରତୀୟ ସୈନିକ ଗମ୍ଭୀର ଭାବେ ଆହତ ହୋଇନଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ।